ଆଜି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧିବଦ୍ଧ ଭାବେ ଚଳିତ ପାଳିରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି ସରକାର ଗଠନ ପାଇଁ ଦାବି କରିପାରେ NDA।ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ସହ ଶପଥ ଗ୍ରହଣ ପର୍ଯ୍ୟନ୍ତ ତାଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ପଦରେ ରହିବାକୁ କହିଛନ୍ତି। ମୋଦୀଙ୍କ ଇସ୍ତଫା ସହ ବର୍ତ୍ତମାନର କେନ୍ଦ୍ର କ୍ୟାବିନେଟ୍ ଭଙ୍ଗ ହୋଇଛି । ଆସନ୍ତା ୮ ତାରିଖରେ ମୋଦୀ ଶପଥ ନେବାର ସମ୍ଭାବନା ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମୁର୍ମୁଙ୍କ ସାକ୍ଷାତର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଇସ୍ତଫା ଦେଉଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ଏନଡିଏ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମୁର୍ମୁଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।