ଆଜି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ। ନବୀନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ପରେ ନବୀନ ନିବାସକୁ ଫେରିଛନ୍ତି।ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମ୍ନା କରିଛି ବିଜେଡି। ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ ନିର୍ବାଚନରେ ମାତ୍ର ୫୧ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଏହାସହ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଛି। ୭୮ ଆସନରେ ବିଜୟ ସହ ବିଜେପି ବହୁମତ ପାଇଥିବା ବେଳେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ସମସ୍ତ ବିଜୟୀ ନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *