ବଡମ୍ବାରେ ବିଜେଡିର ବଡ ପରାଜୟ ହୋଇଛି। ବିଜେଡି ଉପସଭାପତି ତଥା ବଡମ୍ବାରୁ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ପରାସ୍ତ କରିଛନ୍ତି। ବିଜୟ କୁମାର ଦଳବେହେରାଙ୍କଠାରୁ ୨୩ ହଜାର ୪୭୯ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର। ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଦେବୀ ମିଶ୍ର ୬୨ ହଜାର ୫୩୯ ଖଣ୍ଡ ଭଓଟ ପାଇଛନ୍ତି। ଏହି ଆସନରୁ ଦେବୀ ମିଶ୍ର ୬ ଥର ବିଧାୟକ ରହିବା ପରେ ଏଥର ପରାଜୟ ହୋଇଛିନ୍ତି।

୧୯୯୫ ମସିହାରୁ ବିଜୟୀ ହୋଇ ବିଧାୟକ ରହି ସାରିଥିଲେ ଦେବୀ ମିଶ୍ର। ସେ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢିଥିବା ବେଳେ ୨୦୦୦ ମସିହାରୁ ୨୦୨୪ ଯାଏଁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ । ହେଲେ ଏଥର ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା ବଡମ୍ବାରେ ବାଜି ମାରିନେଇଛନ୍ତି । ୨୦୧୯ ରେ ବିଜୟ ଦଳ ବେହେରା ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଦେବୀ ମିଶ୍ରଙ୍କ ସହ କଡା ଟକର ହୋଇଥିଲା। ସେ ମାତ୍ର ୯୦୦୦ ଭୋଟରେ ହାରିଲେ। ଏଥର ବିଜୟ ଦଳ ବେହେରାଙ୍କୁ ବିଜେପି ଟିକେଟ ନଦେବାରୁ ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢିଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *