ଆସନ୍ତାକାଲି ରାଜ୍ୟରେଶେଷ ପର୍ଯ୍ୟାୟ ମତଦାନ। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ହେବ ମତଦାନ। ଭୋଟ ଦେବେ ୯୯ ଲକ୍ଷ ୬୧ ହଜାର ଭୋଟର। ଏଥିପାଇଁ ୧୦ ହଜାର ୮୮୨ ବୁଥ୍ କରାଯାଇଥିବା ବେଳେ ୭୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୩୬ ହଜାର ପୋଲିସ କର୍ମଚାରୀ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ୬ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋଟ ୪୨ ବିଧାନସଭା ଆସନରେ ହେବ ମତଦାନ।