ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଗୁରୁବାର ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କ ଟେର ପାଇନି ପୋଲିସ। ବାଂଶଡା ଥାନାରେ ସ୍ଥାନୀୟ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ସହିତ ପ୍ରାୟ ୮୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।ଗତକାଲି ଅଭିଳାଷ ପଣ୍ଡା ପ୍ରଚାର ସାରି ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ତାଙ୍କୁ ଉପରେ ଆକ୍ରମଣ କରିଥିଲେ। ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ ଅଭିଳାଷ। ତାଙ୍କ ସହ ଥିବା ୪୦ ଅଧିକ ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଅଭିଳାଷ ପଣ୍ଡା ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୁଣ୍ଡ ଫାଟିଥିବା ବେଳେ ଗାଡି ମଧ୍ୟ ଭଙ୍ଗାରୁଜି ଯାଇଛି।