ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର-ପୂର୍ବ ଭାରତ ଆଡ଼କୁ ଅଗ୍ରସର ହେଉଛି। IMD ପୂର୍ବାନୁମାନ ଅନୁସାରେ ପୂର୍ବରୁ କେରଳ ଉପକୂଳ ଛୁଇଁଛି ମୌସୁମୀ ବାୟୁ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଏଥର ସମୟ ପୂର୍ବରୁ କେରଳ ଛୁଇଁଛି, ଯେଉଁଥି ପାଇଁ ଏଥର କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରେମାଲ କାରଣରୁ ଶନିବାର ଠାରୁ ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ସେହିପରି ଜୁନ୍ ୧୨ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏଥର ଦେଶରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ସେହିପରି ରାଜଧାନୀ ଦିଲ୍ଲୀକୁ ମଧ୍ୟ ଜୁନରେ ଛୁଇଁବ ମୌସୁମୀ। ମୌସୁମୀକୁ ଲକ୍ଷ୍ୟ କରି ଚାଷ କାର୍ଯ୍ୟପାଇଁ ପ୍ରସ୍ତୁତି ହେଲେଣି ରାଜ୍ୟର ଚାଷୀ।