ମିଜୋରାମର ଆଇଜୋଲ୍ ଜିଲ୍ଲାରେ ଥିବା ଏକ ପଥର ଖଣିରେ ହେଲା ଭୟଙ୍କର ଭୂସ୍ଖଳନ। ଲଗାତର ବର୍ଷା ଯୋଗୁ ଭୁଶୁଡିଗଲା ପଥର ଖଣି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସେହିପରି ଅନେକ ନିଖୋଜ ଅଛନ୍ତି। ଖବର ଅନୁଯାୟୀ, ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲ୍‌ଥମ ଓ ହିଲମେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ କହିଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *