ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ୩୩ ଜଣ ହାର୍ଡକୋର ନକ୍ସଲ କଲେ ଆତ୍ମସମର୍ପଣ। ବିଜାପୁର ଜିଲ୍ଲାରେ ସକ୍ରିୟ ଥିବା ଗାଙ୍ଗଲୁର ଏରିଆ କମିଟିର ଏହି ୩୩ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ବିଜାପୁର ପୁଲିସ ଗାତାର ଅପରେସନ କରି ନକ୍ସଲଙ୍କୁ ଘାଇଲା କରିବା ପରେ ନକ୍ସଲ ଗୋଟିଏ ପଟେ ମୃତ୍ୟୁବରଣ କରୁଥିବା ବେଳେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଆଉ କିଛି ନକ୍ସଲ ପୁଲିସ ଦ୍ବାରା ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଛନ୍ତି।