ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ବ ନେଇଛନ୍ତି ଡ. ଅରବିନ୍ଦ ପାଢ଼ୀ। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଅତିରିକ୍ତ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ। ବୀର ବିକ୍ରମ ଯାଦବ୨୧ ଦିନିଆ ଛୁଟିରେ ଥିବା ହେତୁ ତାଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଅରବିନ୍ଦ ପାଢ଼ୀ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଦାୟିତ୍ବ ଗ୍ରହଣ ପରେ ସେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ରଥଯାତ୍ରାର ଦାୟିତ୍ୱ କିଭଳି ଶାନ୍ତିଶୃଙ୍ଖଳାରେ ହେବ, ସେ ତାହା ଉପରେ ଧ୍ୟାନ ଦେବେ। ଏଥିସହିତ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ବି କାର୍ଯ୍ୟ କରିବେ।