ରାଜ୍ୟରେ ଜୁନ୍ ୧ରେ ଅନ୍ତିମ ପର୍ଯ୍ୟାୟ ଭୋଟ । ଏଥିପାଇଁ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ତିନି ଦଳର ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ପ୍ରଚାର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଆଦିବାସୀ ଭାଇ ଭଉଣୀମାନେ ବିଜେଡି ହୃଦୟରେ ଅଛନ୍ତି । ଶଙ୍କ ଚିହ୍ନରେ ବୋଟ ଦେଇ ବିଜୟୀ କରନ୍ତୁ । ସେହିଭଳି ଭିକେ ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଜାଗାରେ ଆଦିବାସୀ ଭାଇ ଭଉଣୀମାନଙ୍କୁ ରଖିଛନ୍ତି ।

ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ସେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଖାଲି ସେତିକି ନୁହେଁ, ଆଦିବାସୀ ଭାଇ ଭଉଣୀଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ।ଆଦିବାସୀ ଭାଇ ଭଉଣୀଙ୍କ ଉପରେ ଥିବା ୫୦ ହଜାର ପୋଲିସ୍ କେସ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସାରା ଦେଶରେ ସବୁଠୁ ଅଧିକ ଆଦିବାସୀ ହଷ୍ଟେଲ ଓଡିଶାରେ ଖୋଲାଯାଇଛି । ଯେଉଁଠି ଲକ୍ଷ ଲକ୍ଷ ଝିଅମାନେ ରହିବା ସହିତ ପାଠ ପଢିପାରୁଛନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।ତେବେ ମହାପ୍ରଭୁଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲକୁ ଛାଡ କରିବେ । ଦ୍ୱିତୀୟ ଦସ୍ତଖତ କରିବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମସ୍ତେ ପାଇବେ । ଏବଂ ତୃତୀୟ ଦସ୍ତଖତ କରିବେ, ମିଶନ ଶକ୍ତି ମାଆମାନେ ଭତ୍ତା ପାଇବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍।

Please follow and like us:
Pin Share

Leave a Reply

Your email address will not be published. Required fields are marked *