କୋଭିସିଲ୍ଡ ପରେ ଏବେ କୋଭାକ୍ସିନକ ଟିକାକୁ ନେଇ ସାଙ୍ଘାତିକ କଥା ପ୍ରାକଶ ପାଇବାରେ ଲାଗୁଛି। ପୂର୍ବରୁ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ସମସ୍ୟା ଉପୁଜୁଥିବା ପରି ଅଧ୍ୟୟନ ପ୍ରକାଶ ପାଇଥିବା ବେଳେ ଏବେ କୋଭାକ୍ସିନକୁ ବି ନେଇ ସେପରି କିଛି ତଥ୍ୟ ପ୍ରକାଶ ପାଇଛି। ତେବେ କୋଭାକ୍ସିନ ହେତୁ ଉପୁଜୁଥିବା ପାର୍ଶ୍ବ ପ୍ରତିକ୍ରିୟା ବିଶେଷ କରି ମହିଳାଙ୍କ କ୍ଷେତ୍ରେୀ ଅଧିକ ଦେଖିବାକୁ ମିଳୁଛି। ୪.୬ ପ୍ରତିଶତ ମହିଳାଙ୍କର ମାସିକ ଧର୍ମକୁ ନେଇ ଅନିୟମିତତା ଦେଖିବାକୁ ମିଳୁଛି।ଭାରତ ବାୟୋଟେକର କୋଭାକ୍ସିନ୍ ଟିକାରେ ବି ଦେଖାଦେଇଛି ପାଶ୍ୱର୍ପ୍ରତିକ୍ରିୟା! ଦୀର୍ଘଦିନ ଧରି ଏହାର ପ୍ରଭାବକୁ ଅନୁଧ୍ୟାନ କରି ବିଏଚୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ,କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡଭର୍ସ ଇଭେଣ୍ଟସ୍ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସଆଇ ନେଇ ରିପୋର୍ଟ କରିଛନ୍ତି । ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସଆଇ ରିପୋର୍ଟ କରିଥିଲେ । ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା । ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା।ଜାନୁଆରୀ ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା । କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସ୍ଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ, ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ । ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା, ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା ।