ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଶ୍ବସ୍ତି।ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ ଲଗାଇଲେ ହାଇକୋର୍ଟ। ତଳ କୋର୍ଟଙ୍କ ନିର୍ଦେଶ ଉପରେ ହାଇକୋର୍ଟ ଲଗାଇଲେ ରୋକ୍। ତଳ କୋର୍ଟଙ୍କ NBW ଉପରେ ହାଇକୋର୍ଟଙ୍କ ରୋକ୍।ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ କୋର୍ଟ। ପୁରୀଘାଟ ଥାନା IICଙ୍କୁ ନିର୍ଦେଶ ଦେଇଥିଲେ JMFC କୋର୍ଟ। ବର୍ଷାଙ୍କୁ ନିର୍ଯାତନା ମାମଲାର ଶୁଣାଣିରେ ହାଜର ହେଉନଥିଲେ। ତେବେ ଏହି ରାୟ ପରେ ଅନୁଭଙ୍କ ଗିରଫ ଆଶଙ୍କା ଟଳିଛି।ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅଭିନେତା ବାରମ୍ବାର ସମୟ ମାଗି ଚାଲିଥିଲେ । ତେଣୁ ଶେଷରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।