ରାଜ୍ୟରେ ଉଗ୍ର ହେଉଛି ରାଜନୈତିକ ହିଂସା। ଖଲ୍ଲିକୋଟରେ ରାଜନୈତିକ ହିଂସାରେ ଗୁରୁତର ଆହତ ହୋଇଥିବା ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଶ୍ରୀକୃଷ୍ଣଶରଣପୁର ଗାଁରେ ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ଭିତରେ ବୁଧବାର ରାତିରେ ହଣାହଣି ହୋଇଥିଲା । ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧୀନ ଅସ୍ଥରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ଦେଖାଦେଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବା ବେଳେ ଏହି ରାଜନୈତିକ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଉଦ୍‌ବେଗ ପ୍ରକାଶ ପ୍ରକାଶ କରିଛନ୍ତି।ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଶୂନ୍ୟ ସହନଶୀଳତା ନୀତି ଅତ୍ୟନ୍ତ ସ୍ପଷ୍ଟ ବୋଲି ସେ ସୂଚିତ କରିବା ସହ ଗଞ୍ଜାମ ଜିଲ୍ଲାରେ ପ୍ରାକନିର୍ବାଚନୀ ହିଂସା କୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧ୍ ସମ୍ମତ ପଦକ୍ଷେପ ଗ୍ରହଣ କରି ଅତି ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *