ପ୍ରଥମ ଥର ପାଇଁ CAAରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଏହି ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। CAA ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଏହା ସହିତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫ ବର୍ଷ ତଳେ ଅର୍ଥାତ ୨୦୧୯ରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଥିଲା।୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବିନା ଦସ୍ତାବିଜରେ ଭାରତ ଆସି ରହୁଥିବା ଅଣ-ମୁସଲିମଙ୍କ ନାଗରିକତା ଆବେଦନ ଯୋଗ୍ୟତା ଅବଧିକୁ ସିଏଏରେ ୧୧ ବର୍ଷରୁ ହଟାଇ ୫ ବର୍ଷ କରି ଦିଆଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *