ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଟିକେଟ୍ ଫେରାଇଦେଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ଫଣ୍ଡିଂ ନକରିବାରୁ କ୍ୟାମ୍ପେନିଂ ସମ୍ଭବ ନୁହେଁ କହି ଟିକେଟ୍ ଫେରାଇଥିବା AICCକୁ ଜଣାଇଛନ୍ତି। ସେ ମେଲରେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ଲଢ଼ିବା କଷ୍ଟକର।ଦଳ ପକ୍ଷରୁ ମୋତେ ନିଜସ୍ୱ ଟଙ୍କାରେ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ମୁଁ ନିଜର ସମର୍ଥ ଅନୁସାରେ କ୍ୟାମ୍ପେନିଂ କରିବା ସହ ଫଣ୍ଡ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲି। ବର୍ତ୍ତମାନ ସମୟରେ ତାହା ସମ୍ଭବପର ହେଲା ନାହିଁ। ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି।ପୁରୀ ଲୋକସଭା ଅଧୀନରେ ଥିବା ୭ଟି ଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଅନୁରୋଧ କରିଥିଲି। କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି।ଅନ୍ୟପଟେ ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଦେଇଛନ୍ତି ବଡ଼ ବୟାନ। ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଥିବା କହିଲେ ଅଜୟ କୁମାର। ‘ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଟିକେ ଫେରାଇଲେ,‘ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ।