ରାଜ୍ୟରେ ବଢ଼ିଚାଲିଛି ଖରା ଗରମ। ସମସ୍ତ ରେକର୍ଡ ଭାଙ୍ଗିଛି ଏଥର ଖରା। ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେ ସବୁ ୧୧ ଜିଲ୍ଲା ହେଉଛି କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ଅନୁଗୁଳ ଆଦି ।ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା ସହର । ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛି । ବାରିପଦା କାଲି ବିଶ୍ବର ଦ୍ୱିତୀୟ ଉତ୍ତପ୍ତ ସହର ରହିଥିଲା। ୧୦ ନମ୍ବରରେ ଭୁବନେଶ୍ୱର ଥିଲା। ଆଜି ଦିନ ସାଢ଼େ ୧୧ଟାରେ ତାତି ୪୧ଡିଗ୍ରୀ ପାର କରିଥିଲା।ଝାରସୁଗୁଡ଼ା ଓ ଭୁବନେଶ୍ବରରେ ୪୧ ଡିଗ୍ରୀ ପାର ହୋଇଥିଲା। ଝାରସୁଗୁଡା ୪୧.୩, ଭୁବନେଶ୍ବର ୪୧.୨ ଡିଗ୍ରୀ ରହିଥିଲା। ସେହିପରି ସମ୍ବଲପୁରରେ ୪୦.୬, ହୀରାକୁଦ ୪୦.୪ ଡିଗ୍ରୀକେନ୍ଦୁଝର ୪୦, ରାଉରକେଲା ୩୯.୬ ଡିଗ୍ରୀ, ବାଲେଶ୍ବର ୩୯.୫, ପାରାଦୀପ ୩୪.୭ ଡିଗ୍ରୀ, ପୁରୀ ୩୩.୮ ଓ ଗୋପାଳପୁର ୩୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *