ଗ୍ରାହକଙ୍କ ପାଇଁ ଖୁସି ଖବର ପୁଣି କମିଲା ଗ୍ୟାସ ଦର । ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦାମ୍ ଆଜି ୧୯ ଟଙ୍କା କମିଛି ।ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି ।ଏହି ପରିବର୍ତ୍ତିତ ଗ୍ୟାସ ଦର ଆଜିଠାରୁ ହିଁ ଲାଗୁ ହୋଇଛି।ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୬୪.୫୦ ରୁ ୧୭୪୫.୫୯ ଟଙ୍କାକୁ ଖସି ଆସିଛି। ସେହିଭଳି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୧୭.୫୦ ରୁ ୧୬୯୭.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ମଧ୍ୟ ଏହି ସିଲିଣ୍ଡର ୧୯ ଟଙ୍କା ଶସ୍ତା ହୋଇଛି ଏବଂ ଏହାର ମୂଲ୍ୟ ୧୯୩୦ ରୁ ୧୯୧୧ ଟଙ୍କାକୁ ଖସି ଆସିଛି । ତେବେ ଏହାଦ୍ବାରା ଯାନବାହାନ, ହୋଟେଲ ଶିଳ୍ପ ଓ ଅନ୍ୟାନ୍ୟ ବହୁ କ୍ଷେତ୍ରର ଲୋକ ଉପକୃତ ହୋଇପାରିବେ।