ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ଷଷ୍ଠ ପର୍ଯ୍ୟାୟ ତାଲିକାରେ କଟିଲା ୫ ବିଧାୟକଙ୍କ ଟିକେଟ। ବିଜେଡି ଷଷ୍ଠ ପର୍ଯ୍ୟାୟ ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ଦେଇଛନ୍ତି। ବର୍ଷା ବଡଚଣାରୁ ଲଢିବେ ବୋଲି ନବୀନ ଘୋଷଣା କରିଛନ୍ତି।ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏହି ଦୁଇଜଣ ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳର ଷ୍ଟାର ପ୍ରାର୍ଥୀ ସାଜିଛନ୍ତି। ସୂଚନାଥାଉ କି, ଗୁରୁବାର ଅଭିନେତ୍ରୀ ବର୍ଷା, ବିଜେଡିରେ ଯୋଗ ଦେଇଥିଲେ । ତା କିଛି ଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ବାମୀ ଅନୁଭବ ମହାନ୍ତି ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ । ଏବେ ଚର୍ଚ୍ଚା ହେଉଛି କି, ଅନୁଭବ ଆଉ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି।
କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ମହତାବଙ୍କୁ ଭାଜପା ପ୍ରାର୍ଥୀ ହେବା ପରେ ଅନୁଭବଙ୍କ ଆଶା ମଉଳି ଯାଇଛି । କୁହାଯାଉଛି କି, ଅନୁଭବଙ୍କୁ ବାରବାଟୀ-କଟକ କିମ୍ବା ସାଲେପୁରରୁ ପ୍ରାର୍ଥୀ କରିବାକୁ ଚାହୁଁଛି ଭାଜପା । କିନ୍ତୁ ଏଥିପାଇଁ ପୁରା ଅରାଜି ଅଛନ୍ତି ଅନୁଭବ । ଅନୁମାନ କରାଯାଉଛି, ଅନୁଭବ ଏବେ ଭାଜପାର ଷ୍ଟାର କ୍ୟାମ୍ପେନର ଭାବେ ମଇଦାନକୁ ଓହ୍ଲାଇ ପାରନ୍ତି ।
କୋଉଠୁ କିଏ ଲଢିବେ:
ବଡଚଣା: ବର୍ଷା ପ୍ରିୟଦର୍ଶିନୀ
ଚମ୍ପୁଆ: ସନାତନ ମହାକୁଡ
ଚିଲିକା : ରଘୁନାଥ ସାହୁ
ଆନନ୍ଦପୁର: ଅଭିମନ୍ୟୁ ସେଠୀ
ସାରସକଣା: ଦେବାଶିଷ ମାରାଣ୍ଡି
କରଞ୍ଜିଆ: ବାସନ୍ତୀ ହେମ୍ବ୍ରମ
କେନ୍ଦ୍ରାପଡ଼ା: ଗଣେଶ୍ବର ବେହେରା
ରେମୁଣା: ବିଦ୍ୟାସ୍ମିତା ମହାଳିକ
ସିମୁଳିଆ: ସୁଭାଷିନୀ ସା
କାହାର କଟିଲା ଟିକେଟ:
ବଡ଼ଚଣା-ବରିଷ୍ଠ ବିଧାୟକ ଅମର ଶତପଥୀ
ଆନନ୍ଦପୁର- ବିଧାୟକ ଭାଗିରଥୀ ସେଠୀ
ସିମୁଳିଆ-ବିଧାୟକ ଜ୍ୟୋତି ପାଣିଗ୍ରାହୀ
କେନ୍ଦ୍ରାପଡ଼ା-ବିଧାୟକ ଶଶି ବେହେରା
ଚମ୍ପୁଆ-ବିଧାୟକ ମିନାକ୍ଷୀ ମହାନ୍ତ