ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏଥର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। କେଉଁ ପ୍ରାର୍ଥୀଙ୍କ ନାମ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ ଘୋଷଣା ହୋଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।ବିଜେପି ସାର୍ବଜନୀନ କରିଥିବା ତାଲିକା ଅନୁଯାୟୀ ରାଉରକେଲାରୁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଜଗତ୍ସିଂହପୁରରୁ ବିବାଦ ମଧ୍ୟରେ ଅମରେନ୍ଦ୍ର ଦାସଙ୍କୁ ସୁଯୋଗ ମିଳିଛି। ଚିତ୍ରକୋଣ୍ଡାରୁ ଡମ୍ବରୁ ଶିସା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ବାଲିକୁଦା – ଏରସମାରୁ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା ହୋଇଛି।ଏଥର ବି କଟକର ୨ଟି ଆସନ ଝୁଲିକି ରହିଛି। ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ କାହାର ବି ନାମ ଘୋଷଣା କରିନାହିଁ। କଟକର ୨ ଆସନ ପରି ଜୟପୁରର ଆସନ ବି ଝୁଲିକି ରହିଛି।ତେବେ କୋରାପୁଟ ଜିଲ୍ଲା ପଟାଙ୍ଗୀର ପ୍ରାଥୀ ବଦଳିଛନ୍ତି। ଚୈତନ୍ୟ ହନ୍ତଳଙ୍କ ବଦଳରେ ଚୈତନ୍ୟ ନନ୍ଦିବଲିଙ୍କୁ ସୁଯୋଗ ମିଳିଛି। ସେହିପରି ରଣପୁରରୁ ତାପସ ମାର୍ଥାଙ୍କ ଟିକେଟ ବଦଳରେ ସୁରମା ପାଢ଼ୀଙ୍କୁ ଟିକେଟ ମିଳିଛି।

କିଏ କେଉଁଠି ଲଢ଼ିବେ
ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲୀପ ରାୟ
-ରଣପୁରରୁ ସୁରମା ପାଢ଼ୀ, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା
-ରାୟରଙ୍ଗପୁରରୁ ଲଢ଼ିବେ ଜୋଲେନ ବାରଦା

-ପଟାଙ୍ଗି- ଚୈତନ୍ୟ ନନ୍ଦିବାଲି, ଚିତ୍ରକୁଣ୍ଡା-ଡମ୍ବରୁ ସିସା
-ସରସକଣାରୁ ନିର୍ବାଚନ ଲଢ଼ିବେ ଭାଦବ ହାଂସଦା
-ବାଙ୍ଗିରପୋଷିରୁ ପ୍ରାର୍ଥୀ ହୋଇଛନ୍ତି ସଞ୍ଜଳି ମୁର୍ମୁ

-ବାଲିକୁଦା ଏରସମା- ସତ୍ୟସାରଥି ମହାନ୍ତି
-ରାଜନଗର-ଲଳିତ ବେହେରା, ଡାବୁଗାଁ- ସୋମନାଥ ପୂଜାରି
-ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
-ରାୟଗଡ଼ା- ବସନ୍ତ କୁମାର ଉଲ୍ଲାକା, କୋଟପାଡ଼- ରୁପୁ ଭଦ୍ରା

-ଜଗତସିଂହପୁରରୁ ନିର୍ବାଚନ ଲଢ଼ିବେ ଅମରେନ୍ଦ୍ର ଦାସ
-କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା
-କାକଟପୁର-ବାଇଧର ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଂଡ୍ରୁକା
-ମୋହନା- ପ୍ରଶାନ୍ତ ମଲିକ, ପାଟଣା-ଅଖିଳ ଚନ୍ଦ୍ର ନାୟ

Please follow and like us:
Pin Share

Leave a Reply

Your email address will not be published. Required fields are marked *