ନିର୍ବାଚନ ସମୟ ଆସିଲେ ନେତାମାନେ ବିଭିନ୍ନ ଢ଼ଙ୍ଗରେ ପ୍ରଚାର କରନ୍ତି। ତେବେ ଇଣ୍ଟରନେଟରେ ଜଣେ ନେତାଙ୍କ ଏଭଳି କିଛି ହରକତ ଭାଇରଲ ହେଉଛି, ଯେ କେହିବି ଦେଖିଲେ ଚକିତ ହେବ। ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ସର୍ବସମ୍ମୁଖରେ ଜଣେ ଯୁବତୀଙ୍କ ଗାଲରେ ଚୁମା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ମାଲଦା ଉତ୍ତର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ସାଂସଦ ଖଗେନ ମୁର୍ମୁ ଗୋଟିଏ ଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ଯୁବତୀଙ୍କୁ ସର୍ବସମ୍ମୁଖରେ ଚୁମା ଦେଇଥିଲେ ।
ବିଜେପି ପ୍ରାର୍ଥୀଙ୍କ ଏଭଳି ଅସ୍ବାଭାବିକ ଘଟଣା ସମୟରେ ଯୁବତୀଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ମାତ୍ର ହଠାତ ବିଜେପି ପ୍ରାର୍ଥୀଙ୍କ ଏଭଳି ବ୍ୟବହାରକୁ ନେଇ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ବଙ୍ଗୀୟ ସଂସ୍କୃତିର ବିରୋଧୀ ବୋଲି ତୃଣମୂଳ କହିଥିବା ବେଳେ ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ ଟିଏମସି ଏହାକୁ ଅତିରଞ୍ଜିତ କରୁଛି ବୋଲି କହିଛନ୍ତି । ଯୁବତୀ ଜଣକ ତାଙ୍କ ଝିଅ ଭଳି ଏବଂ ସେ ଖୁସିରେ ତାକୁ ଗେଲ କରିଥିଲେ ବୋଲି ସେ ସଫେଇ ଦେଇଛନ୍ତି ।