ରିଲ୍ ହେଲା କାଳ। ରିଲ୍ କରୁଥିବା ବେଳେ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ଇନ୍ଷ୍ଟାଗ୍ରାମ ଇନ୍ଫ୍ଲୁଏନ୍ସର ଆନ୍ଭି କାମଦାରଙ୍କ ମୃତ୍ୟୁ। ଆନ୍ଭି ଇନ୍ଷ୍ଟାଗ୍ରାମରେ ଜଣେ ଲୋକପ୍ରିୟ ଟ୍ରାଭେଲ୍ ଇନ୍ଫ୍ଲୁଏନ୍ସର ଥିବା ବେଳେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ । ଆନ୍ଭି ନିଜ ସାଙ୍ଗମାନଙ୍କ ସହିତ ଏଠାକୁ ବୁଲିବାକୁ ଆସିଥିଲେ । ମାନଗାଁଓରେ କୁମ୍ଭେ ଝରଣା ନିକଟରେ ସେ ରିଲ୍ କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲେ।୨୭ ବର୍ଷୀୟା ଆନ୍ଭି ପେଶାରେ ଥିଲେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ୍ ଏବଂ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର।
ଇନ୍ଷ୍ଟାଗ୍ରାମରେ ତାଙ୍କର ଅଢ଼େଇ ଲକ୍ଷ ଫଲୋୟର୍ସ ରହିଥିବା ବେଳେ ନିଜ ପେଜ୍ @theglocaljournala ରେ ସେ ଟ୍ରାଭେଲ ସହ ଜଡ଼ିତ ଅନେକ ଫଟୋ ଏବଂ ରିଲ୍ ସେୟାର କରୁଥିଲେ। ଆଖପାଖର ମନୋରମ ଦୃଶ୍ୟର ଭିଡିଓ ତିଆରି କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଖାଇକୁ ଖସି ପଡ଼ିଥିଲେ । ସାଙ୍ଗମାନେ ଏ ନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସହ ଉଦ୍ଧାରକାରୀ ଟିମ୍ ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ଆନ୍ଭିଙ୍କୁ ଖାଇରୁ ବାହାର କରାଯାଇ ମାନଗାଁଓ ତାଲୁକାର ସରକାରୀ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।