ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍ ଦେବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲିଟିଛି। ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କର ବିବାହ ହୋଇଥିବା ବେଳେ ଦୁଇ ମାସ ପୂର୍ବରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଶେଖ ମହରା ଇନଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ ମହମ୍ମଦ ବିନ ରଶିଦ ବିନଙ୍କୁ ଛାଡ଼ପତ୍ର ଦେଇ ଲେଖିଛନ୍ତି, ‘ପ୍ରିୟ ସ୍ୱାମୀ, ଯେପରିକି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଥିବେ, ମୁଁ ଆପଣଙ୍କୁ ଛାଡ଼ପତ୍ର ଦେଉଛି। ନିଜର ଧ୍ୟାନ ରଖିବେ। ତୁମର ପୂର୍ବ ପତ୍ନୀ।’
ତେବେ ଛାଡ଼ପତ୍ର ଘୋଷଣା ପରେ ଝିଅ ସହିତ ଫଟୋ ଶେୟାର କରି ସେ ଲେଖିଛନ୍ତି କେବଳ ଆମେ ଦୁଇ। ସେ ନିଜ ଝିଅର ନାଁ ହିନ୍ଦ ରଖିଛନ୍ତି। ଶେଖ ମହରା ମହିଳା ସଶକ୍ତି କରଣ ପାଇଁ ତାଙ୍କର ସ୍ୱର ଉଠାଇଥାନ୍ତି ଏବଂ ସେ ଦୁବାଇରେ ଜଣେ ସ୍ଥାନୀୟ ଫ୍ୟାସନ ଡିଜାଇନର। ସେ ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ସମ୍ପର୍କରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ମହମ୍ମଦ ବିନ୍ ରସିଦ ସରକାରୀ ପ୍ରଶାସନରୁ ମଧ୍ୟ କଲେଜ ଡିଗ୍ରୀ ହାସଲ କରିଛନ୍ତି। ତେବେ ଜଣେ ପ୍ରଧାନମନ୍ତ୍ରୀଙ୍କ ଝିଅ ଏଭଳି ଛାଡ଼ପତ୍ର ଦେବା ସମସ୍ତଙ୍କୁ ଚକିତ କରିଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *