ପ୍ରାକ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଲେ ପ୍ରତିକ୍ରିୟା। ‘ବଜେଟ୍ ପାଇଁ ଲୋକଙ୍କ ମତାମତ ଲୋଡିଲେ ନୂଆ ସରକାର’। ‘ବିଭିନ୍ନ ବର୍ଗର ଲୋକେ ନିଜ ନିଜର ମତାମତ ଦେଇଛନ୍ତି’।୨୬ ଜଣ ଅର୍ଥନୈତିକ ବିଶେଷଜ୍ଞ ଦେଇଛନ୍ତି ମୂଲ୍ୟବାନ ମତାମତ ଓ ପ୍ରସ୍ତାବ। ‘ସମସ୍ତଙ୍କ ମତାମତକୁ ନେଇ ବଜେଟ୍ ପ୍ରସ୍ତୁତ ହେଉଛି’।‘ଆଗାମୀ ବଜେଟ୍ ଓଡ଼ିଶା ବିକାଶରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା, ଆକାଂକ୍ଷାକୁ ପ୍ରତିଫଳନ କରିବ ଚଳିତ ବଜେଟ୍ । ଲୋକଙ୍କର ସରକାର ଭାବେ ଲୋକଙ୍କ ମତାମତକୁ ଅଗ୍ରାଧିକାର ଦିଆଯାଇ ଆସୁଅଛି।ବଜେଟ୍ ପାଇଁ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କ ମତାମତ ଓ ପ୍ରସ୍ତାବ ଅନଲାଇନ୍ ହ୍ୱାଟ୍ସ ଆପ ଜରିଆରେ ଦେଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୬ଗୁଣା ଅଧିକା। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଲୋକଙ୍କ ସରକାର। ରାଜ୍ୟର ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ସରକାର। ବଜେଟ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ।

Please follow and like us:
Pin Share

Leave a Reply

Your email address will not be published. Required fields are marked *