ବ୍ରିଟେନରେ ବଦଳିଲା ସରକାର।କେର୍ ଷ୍ଟାରମର ହେବେ UKର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ୧୪ ବର୍ଷ ପରେ ଲେବର ପାର୍ଟିକୁ ବହୁମତ ମିଳିଛି। ମ୍ୟାଜିକ ନଂ ୩୨୬ ପାର କରିଛି ଲେବର ପାର୍ଟି। ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ୧୩୧ ଆସନ ମିଳିଛି। ଅନ୍ୟପଟେ ବିଟ୍ରେନରେ ସରିଲା ସୁନକ ରାଜ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ। ନିର୍ବାଚନରେ ଅର୍ଥନୀତି ଓ ଇମିଗ୍ରେସନ ଥିଲା ମୁଖ୍ୟ ପ୍ରସଙ୍ଗ ।ଲେବର ପାର୍ଟିର ନେତା କେୟର ଷ୍ଟାରମର କହିଛନ୍ତି, ମତଦାତା ମାନେ ନିଜର ନିଷ୍ପତ୍ତି ଜଣାଇଛନ୍ତି ଏବଂ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି ।