ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ମହୋନ ମାଝୀ । ଧୈର୍ଯ୍ୟର ସହ ବସି ସବୁ କଥା ଶୁଣିଥିଲେ ମୁଖ୍ୟମନ୍ତ୍ରୀ।ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। ତେବେ ନିଜ ଦୁଃଖ ଶୁଣେଇବା ପାଇଁ ଅସହାୟ ଲୋକେ ରାଜଧାନୀରେ ଦୁଇତିନି ଦିନ ହେବ ପଡି ରହି ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଶୁଣେଇବା ପାଇଁ ଅପେକ୍ଷା କରିଥିଲେ ବୋଲି ଜଣା ପଡ଼ିଛି। ସବୁ ସୋମବାର ମୁଖ୍ୟମନ୍ତ୍ରୀ ଜନ ଶୁଣାଣି କରିବେ ବୋଲି ଜଣା ପଡ଼ିଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *