ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହାସହ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କରିଛନ୍ତି। ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମବେଦନା ପ୍ରକାଶ ସହ ପରିବାରକୁ ୬ ଲକ୍ଷର ସହାୟତା ଘୋଷଣା ହୋଇଛି। ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ ଘଟିଥିଲା। ଜଣେ ନାବାଳକ ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ମୃତ ନାବାଳକ ଘାଟସାହିର ସମୀର ନାଏକ ଏବଂ ତାଙ୍କ ବୟସ ୮ବର୍ଷ ହେବ ବୋଲି ସୂଚନା ମିଳିଛି ।