ସୀମାରେ ଅଭ୍ୟାସ ବେଳେ ବଡ଼ ଅଘଟଣ। ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ। ଫଳରେ ଏଥିରେ ୫ ଜଣ ଯାବାନ ସହିଦ ହୋଇଥିବା ଜଣା ମିଳିଛି।ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ମୃତକଙ୍କ ଭିତରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ରହିଥିବା ଜଣା ପଡ଼ିଛି। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କ୍ ଟି ହେଉଛି T-72। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ୟାଙ୍କ ଏକ ଟ୍ରେନିଂ ମିଶନରେ ଥିଲା, ଯେଉଁଥିରେ ଏକ ନଦୀ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗତ ରାତି ଗୋଟିଏ ବେଳେ ଦୌଲତ ବେଗ ଓଲଡି ଅନ୍ତର୍ଗତ ବୋଧି ନଦୀରେ ବୁଡ଼ି ଯାଇଥିଲା ସେନାର ଏହି T-72 ଟ୍ୟାଙ୍କ। ସେନା ପକ୍ଷରୁ ବୋଧି ନଦୀରେ ଅଭ୍ୟାସ ଚାଲିଥିଲା। ଏତିକି ବେଳେ ହଠାତ୍ ମାଡି ଆସିଥିଲା ପାଣି। ବଢି ପାଣିରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ଏହି ଟ୍ୟାଙ୍କରେ ୫ ଜଣ ଯବାନ ଥିଲେ।