ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ମିଶ୍ରିଙ୍କ ନିଯୁକ୍ତିକୁ ମଂଜୁରୀ ଦେଲା କ୍ୟାବିନେଟ କମିଟି।ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା ଅଛନ୍ତି ବିକ୍ରମ ମିଶ୍ରି। ମିଶ୍ରି ଜୁଲାଇ ୧୫ରୁ ବୈଦେଶିକ ସଚିବ ଭାବେ ଦାୟିତ୍ବ ନେବେ।କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।୧୯୬୪ ମସିହାରେ ଶ୍ରୀନଗରରେ ଜନ୍ମ ହୋଇଥିଲେ ବିକ୍ରମ ମିଶ୍ରି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଏକ୍ସଏଲଆରଆଇରୁ ଏମ୍ବିଏ କରିଥିଲେ। ପାଠପଢ଼ା ଶେଷ କରିବା ପରେ ସେ ପ୍ରାୟ ୩ ବର୍ଷ ଆଡଭରଟାଇଜିଂ କ୍ଷେତ୍ରରେ କାମ କରିଥିଲେ। ୧୯୮୯ରେ ସେ ଆଇଏଫଏସ୍ ପାଇଥିଲେ।