ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ୍।ଉବୁଟୁବୁ ଦିଲ୍ଲୀରେ ଅଣ୍ଟାଏ ଉଚ୍ଚର ପାଣି ସୁଅ। ପାଣି ପାଇଁ ଅନେକ ସ୍ଥାନରେ ଅଟକିଲା ଶହ ଶହ ଗାଡ଼ି। ତଳିଆଅଞ୍ଚଳରେ ପାଣି ଜମି ରହିବା ଫଳରେ ଲୋକେ ଅନେକ ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପଟେ ଦିଲ୍ଲୀ ଏୟାରପୋର୍ଟରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ।
ବିମାନବନ୍ଦର ରେ ଏହି ଦୁର୍ଘଟଣାର ପ୍ରତିକ୍ରିୟା ରଖି ମନ୍ତ୍ରୀ ରାମ ମୋହନ କହିଛନ୍ତି ଯେ, ସେ ବିମାନବନ୍ଦର ସିଲିଂ ଭୁଶୁଡିବା ଘଟଣାର ମନିଟରିଂ ହୋଇଛି। ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ଆମ ପ୍ରଥମ ପ୍ରାଥମିକତା। ଅନ୍ୟ ଟର୍ମିନାଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।
ସୂଚନା ଯୋଗ୍ୟ ଯେ,ଗତକାଲି ରାତିରୁ ବର୍ଷା ଲାଗି କରହିବାରୁ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ଏକ ନଂ ଟର୍ମିନାଲ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ତଳେ ଥିବା ଏକାଧିକ କାର୍ ଉପରେ ପଡ଼ିଥିଲା ସିଲିଂର ଭଗ୍ନାବେଶ।ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।ଏହାକୁ ଦୃଷ୍ଟିରେ ରଖି ଟର୍ମିନାଲରେ ସମସ୍ତ ପ୍ରସ୍ଥାନ ଗେଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇ ଥିବାବେଳେ ମଧ୍ୟରାତ୍ରିରୁ ୧୬ଟି ଅବତରଣ କରିବାକୁ ଥିବା ବିମାନ ଏବଂ ୧୨ଟି ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି।