ରାଜଧାନୀରେ ଦୂର ହେବ ଟ୍ରାଫିକ ସମସ୍ୟା। ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।ରେଡ୍ ଲାଇଟ ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ଅଟକି ରହୁଥିବା ବେଳେ ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାବ୍ୟତୀତ ସାଧାରଣ ଜନତାଙ୍କୁ ଏହି ଟ୍ରାଫିକ ଯୋଗୁଁ ଖରା-ବର୍ଷା ଇତ୍ୟାଦି ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି । ତେଣୁ ଏହି ରେଡ୍ ଲାଇଟ୍ ବ୍ୟବସ୍ଥା ହଟାଇ ବିକଳ୍ପ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ।