ଅଷ୍ଟାଦଶ ଲୋକସଭାର ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହେଲେ ଓମ୍ ବିର୍ଲା । କିଛି ସମୟ ପରେ ନାମାଙ୍କନ ପତ୍ର କରିବେ ଦାଖଲ । ପୁଣି ଥରେ ଓମ ବିର୍ଲା ଲୋକ ସଭା ବାଚସ୍ପତି ହେବେ। ଓମ ବିର୍ଲାଙ୍କୁ ଟିଡିପି ସମର୍ଥନ କରିବ ବୋଲି ଜଣାପଡିଛି। ତେବେ ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମ ବିର୍ଲା ଭେଟିଥିଲେ। ଅନ୍ୟପଟେ ବାଚସ୍ପତି ପଦ ପାଇଁ ସହମତି ଜୁଟାଇବା ପାଇଁ ବିରୋଧୀ ନେତାଙ୍କ ସହ ରାଜନାଥ ସିଂ କଥା ହୋଇଛନ୍ତି।ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।