ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ କଂଗ୍ରେସ କର୍ମୀ ବହିଷ୍କୃତ। ୫ଜଣଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା AICC। ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରିପୋର୍ଟ ଦେଇଥିଲେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା।ସୂଚନା ଯୋଗ୍ୟ ଯେ,ଗତ ଜୁନ ୨୧ରେ ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ହଠାତ୍ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ। ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ। ବହିଷ୍କୃତ ହୋଇଥିବା କର୍ମକର୍ତ୍ତାମାନେ ହେଲେ, ପ୍ରକାଶ ମିଶ୍ର୍, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦିପ ରାଉତରାୟ, ଅମରେଶ ପରିଡା ଓ ଆରୟନ ସାମଲ।