ତାତିରୁ ମିଳିଲା ଆଶ୍ୱସ୍ତି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି।ପାଗ ଅନୁକୂଳ ଥିବାରୁ ମୌସୁମୀ ରାଜ୍ୟରେ ଅଗ୍ରସର ମଧ୍ୟ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟର ଅନ୍ୟ ୬ଟି ଜିଲ୍ଲାକୁ ମୌସୁମୀ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତମାସ ଭାରତରେ ପ୍ରବେଶ କରିଥିଲା। କେରଳରେ ଏହା ମେ’ ମାସ ୩୦ ତାରିଖରେ ସ୍ପର୍ଶ କରିଥିଲା। ଓଡ଼ିଶାରେ ମୌସୁମୀ ବାୟୁ ଗତ ୮ ତାରିଖରେ ଛୁଇଁଥିଲା।

Please follow and like us:
Pin Share

Leave a Reply

Your email address will not be published. Required fields are marked *