ତୃତୀୟ ଥର ଦେଶରେ ସରକାର ଗଠନ ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ନିଷ୍ପତି ସରିଛି। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି।

ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ ବୋଲି ମୋଦି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ। ଏନଡିଏ ଦଳର ସମର୍ଥନ ଚିଠି ରାଷ୍ଟ୍ରପତିଙ୍କୁ ଦେବା ପୂର୍ବରୁ ମୋଦି ଆଜି ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି। ମୋଦି ଉଭୟ ନେତଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂଆ ଆରମ୍ଭ ପାଇଁ ଆଶୀର୍ବାଦ ନେଇଛନ୍ତି।

Please follow and like us:
Pin Share

Leave a Reply

Your email address will not be published. Required fields are marked *