ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍ଙ୍କ ଦେଖା ମିଳୁନାହିଁ। ସେ ଓଡ଼ିଶାରେ ଅଛନ୍ତି କି ତେଲେଙ୍ଗାନା ଚାଲିଯାଇଛନ୍ତି ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି।ଅନ୍ୟପଟେ, ପୂର୍ବରୁ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ କୁଟ୍ଟେ ଦିଲ୍ଲୀରେ ଥିବା ବେଳେ ପାଣ୍ଡିଆନ୍ ଏବେ ଦିଲ୍ଲୀରେ ଥିବା କୁହାଯାଉଛି। ଦିଲ୍ଲୀରେ ପାଣ୍ଡିଆନ୍ ଓ କୁଟ୍ଟେଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।