ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନରଙ୍କ ସାମ୍ୱାଦିକ ସମ୍ମିଳନୀ। ମତଦାନରେ ଭାରତର ବିଶ୍ବ ରେକର୍ଡ କରିଛି। ‘ଭାରତରେ ରେକର୍ଡ ୬୪.୨ କୋଟି ମତଦାତା’ ରହିଛନ୍ତି। ଏହା G7 ଦେଶର ଭୋଟରଙ୍କଠୁ ୧.୫% ଅଧିକ’୩୧.୨ କୋଟି ମହିଳା ଭୋଟର ମତଦାନ କରିଛନ୍ତି। ଯାହାକି ୨୭ଟି EU ଦେଶର ମହିଳା ଭୋଟରଙ୍କଠୁ ୧.୨୫% ଅଧିକ। ନିର୍ବାଚନରେ ୧.୫ କୋଟି ପୋଲିଂ ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ୬୮,୭୬୩ ମନିଟରିଙ୍ଗ ଟିମ୍‌ ନିୟୋଜିତ ହୋଇଥିଲେ। ନିର୍ବାଚନ ପାଇଁ ୧୩୫ଟି ସ୍ବତନ୍ତ୍ର ଟ୍ରେନ ଚାଲିଥିଲା’। ୪ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିର ବ୍ୟବହାର ହୋଇଛି। ଏହାସହ ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ। ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶାରେ ମାଓ ହିଂସା ହୋଇନି।୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିବା ବେଳେ ୨୦୨୪ରେ ମାତ୍ର ୩୯ଟି ବୁଥ୍‌ରେ ସାନି ମତଦାନ ହୋଇଛି। ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍‌ରେ ସାନି ମତଦାନ। ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍‌ରେ ହୋଇଛି।୨୦୨୪ ଲୋକସଭା ନିର୍ବାଚନରେ ରେକର୍ଡ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ECI।”୧୦ ହଜାର କୋଟି ଟଙ୍କା ଜବତ ହୋଇଥିବା କହିଲେ ଇସିଆଇ, ଯାହା କି ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ୩ ଗୁଣ ଅଧିକ”।

Please follow and like us:
Pin Share

Leave a Reply

Your email address will not be published. Required fields are marked *