News18ର ଏକଜିଟ୍ ପୋଲ ଅନୁଯାୟୀ ବିଜେଡି ରକୁ ୦୬-୦୮,ବିଜେପିକୁ ୧୩-୧୫ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ। ସେହିପରି ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ବିଜେପିକୁ ୧୫ ରୁ ୧୭, ବିଜେଡିକୁ ୪ରୁ ୬ ଓ କଂଗ୍ରେସକୁ ୦-୧ ଆସନ ମିଳିବ।‘ଜନ୍ କି ବାତ୍’ର ଏକଜିଟ ପୋଲ ଅନୁଯାୟୀ ବିଜେପି ୧୫-୧୮ଟି, ବିଜେଡିକୁ ୩ରୁ ୭ଟି ଓ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ। ସେହିପରି ଚାଣକ୍ୟ ଏକଜିଟ ପୋଲ ବିଜେପି ୧୬ଟି, ବିଜେଡି ୪ଟି ଓ କଂଗ୍ରେସ ୦୧ଟି ସିଟ୍ ପାଇବେ ବୋଲି ସ୍ପଷ୍ଟ ହୋଇଛି।
‘ଇଣ୍ଡିଆ ନ୍ୟୁଜ୍’ର ଏକଜିଟ ପୋଲ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକସଭା ଆସନରୁ ବିଜେପି ୧୩ଟିରେ ବିଜୟୀ ହେବ। ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ବି ଆସନରେ ଜିତିବ ନାହିଁ। MATRIZର ଏକଜିଟ ପୋଲ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ବିଜେପି ୯ରୁ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ୧୦ଟି ଆସନ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। ସି-ଭୋଟରର ସର୍ଭେ ଅନୁସାରେ ବିଜେପି ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ଗୋଟିଏରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ।
ସେହିପରି ଏନ୍ଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବିଜେପି ୧୫ଟି ଲୋକସଭା ଆସନରେ ବିଜୟୀ ହେବ। ବିଜେଡି ୩ରୁ୮ଟି ଆସନ ପାଇପାରେ। ଏଥିରେ ଉଲ୍ଲେଖ କରାଯାଇଛି ଯେ- ଏକଜିଟ ପୋଲ ଗୁଡ଼ିକର ତଥ୍ୟ କହୁଛି ଯେ ଓଡ଼ିଶାରେ ବିଜେପି ଅତିକମ୍ରେ ୧୫ଟି ଆସନରେ ବିଜୟୀ ହେବ। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲେ। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକସଭା ଆସନ ଜିତିଥିଲା। ଏଥର କେତେ ଜିତିବ ତାହା ୪ ରେ ସ୍ପଷ୍ଟ ହେବ।