ଦୁନିଆର ରାଜରାସ୍ତାରେ ବାଟ ଚାଲୁଚାଲୁ ସାକ୍ଷାତ ହୁଏ,କେତେକେତେ ସହଯାତ୍ରୀଙ୍କ ସହ । ସମସ୍ତେ କିନ୍ତୁ ସ୍ମୃତିର ଆଇନାରେ ଝଲସି ପାରନ୍ତିନାହିଁ । ସ୍ମୃତି ଯେଉଁ ମାନଙ୍କୁ ହୃଦୟରେ ସାଇତି ଦେଇଥାଏ। ସେହି ମାନେ ହିଁ ଆଇନାରେ ପ୍ରତିଚ୍ଛବି ତୋଳି ଆପଣାର ମଣିଷ ଭାବରେ ନିଜ ଚତୁଃପାର୍ଶ୍ୱରେ ଆତଯାତ ହେଉଥାନ୍ତି । ସେମାନଙ୍କ ସହ ବିତିଥିବା, ପ୍ରତିଟି ମୁହୁର୍ତ୍ତ,ସମୟ ଅଗଣାରେ ଫୁଲ ପରି ମହମହ ବାସୁଥାଏ । ତନୁ ମନକୁ ଶିହରିତ କରେ ଏ ସ୍ମୃତିଟି ବଡ଼ ବିଚିତ୍ର ସତରେ । ଏମିତି କିଏ ଅଛି ଯେ ,ଯିଏ ସ୍ମୃତିବିହୀନ ଜୀବନଟିଏ ବଞ୍ଚିପାରିଛି ।