ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ବିଭିନ୍ନ ମେଡିକାଲରେ ଅନ୍ୟ ୨୬ଜଣ ଆହତଙ୍କ ଚିକିତ୍ସା ଚାଲିଛି। ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ଅଘଟଣ ଘଟିଥିଲା। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ। ଏବଂ ଚିକିତ୍ସା ସମୟରେ ୪ ଜଣଙ୍କ ଜୀବନ ଗଲାଣି।ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଛି। ଗୁରୁବାର ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Please follow and like us:
Pin Share

Leave a Reply

Your email address will not be published. Required fields are marked *