ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଶୀଘ୍ର ଆସି ଶୀଘ୍ର ଫେରି ଯାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ମୌସୁମୀକୁ ଦେଖି ଚାଷ କାର୍ଯ୍ୟ ଆରମ୍ଭ ପାଇଁ ଓଡ଼ିଶାରେ ଅଣ୍ଟା ଭିଡିଲେଣି ଚାଷୀ।