ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ। ୬ ଲୋକସଭା ଆସନ ପାଇଁ ଲଢ଼ୁଛନ୍ତି ୬୪ ପ୍ରାର୍ଥୀ। ୪୨ ବିଧାନସଭା ଆସନ ପାଇଁ ମୈଦାନରେ ୩୮୩ ପ୍ରାର୍ଥୀ।ଫୋକସରେ ସମ୍ବଲପୁର, ପୁରୀ, ଭୁବନେଶ୍ବର ଓ କଟକ ଆସନ । ତେବେ ଲୋକସଭା କ୍ଷେତ୍ରର କେତେକ ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ବର ସାଂସଦ ତଥା ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ଦୁଇଜଣ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରିବା ସହ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ସେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ମୁତୟନ ପାଇଁ ନେବିବେଦନ କରିଛନ୍ତି।ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସଙ୍କ ଭୂମିକାକୁ ସନ୍ଦେହ କରି ସେ ଏଭଳି ଚିଠି ଲେଖିବା ଜଣାଯାଇଛି। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିବା ନେଇ ସେ ଚିଠିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏଣୁ ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଞ୍ଚଳ, ସହିଦନଗର, ୟୁନିଟ୍-୮, ମାଳିସାହି ଅଞ୍ଚଳ ଓ ଖୋର୍ଦ୍ଧା ସହରାଞ୍ଚଳରେ ରିଗିଂ ଆଶଙ୍କା ପ୍ରକଟ କରି ସେସବୁ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବାକୁ ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।