ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ନେଇ ସିଇଓ ଦେଲେ ସୂଚନା। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ୨୫ ତାରିଖରେ ହେବ ମତଦାନ। ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ଲଢୁଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ପୋଲିଂ ଷ୍ଟେସନ, ୨୦୦୦ ମଡେଲ ବୁଥ୍‌ ହୋଇଛି। ୪୮ ଲକ୍ଷରୁ ଊର୍ଦ୍ଧ୍ବ ପୁରୁଷ ଓ ୪୬ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଭୋଟର ଅଛନ୍ତି। ୨୦% କ୍ରିଟିକାଲ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଥିବା ସିଇଓ ସୂଚନା ଦେଇଛନ୍ତି। ଏହାସହ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ( CAPF) ମୁତୟନ ରହିବେ। ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟିଂ ପାଇଁ ଅପିଲ୍‌ ହୋଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *