ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମୁଖବେର ଇରାନ୍‌ର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଇରାନ୍‌ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଉପରାଷ୍ଟ୍ରପତି ମହମ୍ମଦ ମୁଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ରବିବାର ହେଲିକପ୍ଟର ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ଦୁର୍ଘଟଣାରେ ହୋଇଥିଲା । ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଆଜି ଦିନିକିଆ ଶୋକ ପାଳୁଛି ଭାରତ ।ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା। ତେବେ ଆଜି ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି। ଗତକାଲି ହେଲିକପ୍ଟର ଦୁର୍ଘଟଣା ପରେ ନିଖୋଜ ଥିବା ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍‌ ଆମିର ଅବ୍‌ଦୁଲ୍ଲାଇନ୍‌ଙ୍କ ମୃତଦେହକୁ ଆଜି ଠାବ କରାଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *