ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଏହି ମିନି ଟ୍ରକ୍ଟି ଖୈବର ପଖ୍ତୁନଖୱା ପ୍ରଦେଶର ବନୁ ଜିଲ୍ଲାରୁ ପଞ୍ଜାବର ଖୁସାବ ଜିଲ୍ଲାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।