ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ। ଏହି ମସଲାଗୁଡ଼ିକରେ ଏଥିଲିନ୍ ଅକ୍ସାଇଡ୍ ଅଛି କି ନାହିଁ ସେ ନେଇ ପରୀକ୍ଷା ଚାଲିଛି।ଏଥିରେ ଇଥାଇଲିନ ଅକ୍ସାଇଡର ସ୍ତର କେତେ ରହିଛି ବୋଲି ପରୀକ୍ଷା ଆରମ୍ଭ ହେଉଛି ବୋଲି ଜଣେ ଅଧିକାରୀ ଏଏନ୍ଆଇକୁ ନିଶ୍ଚିତ କରିଛନ୍ତି।ନେପାଳରୁ ଆମଦାନୀ ହେଉଥିବା ଏଭରେଷ୍ଟ ଏବଂ ଏମ୍ଡିଏଚ୍ ବ୍ରାଣ୍ଡ ମସଲା ଆମଦାନୀ ଉପରେ ବାରଣ କରାଯାଇଛି। ମସଲାରେ କ୍ଷତିକାରକ ରାସାୟନିକ ପଦାର୍ଥର ରହୁଛି ବୋଲି ଖବର ଆସିବା ପରେ ଏକ ସପ୍ତାହ ପୂର୍ବରୁ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଆମେ ଏହାର ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛୁ। ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ମୁଖପାତ୍ର ମୋହନ କୃଷ୍ଣ ମହାରାଜ ଫୋନରେ ଏଏନ୍ଆଇ କହିଛନ୍ତି।