ଜାପାନି କଂଜୁମର ଇଲେକ୍ଟ୍ରୋନିକ୍ସ କମ୍ପାନି ତୋସିବା ତାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବ। କମ୍ପାନିର ପୁନର୍ଗଠନ ପ୍ରକ୍ରିୟାର ମାଧ୍ୟମରେ ଏସବୁ ଛଟେଇ କରାଯିବ। ତୋସିବାର ନୂଆ ମାଲିକ ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସଙ୍କ ନେତୃତ୍ୱରେ ଗଠିତ ଏକ କନସୋର୍ଟିୟମ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।ବିଗତ କିଛି ବର୍ଷ ଧରି ଆଭ୍ୟନ୍ତରୀଣ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗ ନେଇ ତୋସିବାର ସ୍ଥିତ ଭଲ ନଥିଲା। ଏହା ପରେ ଗତ ଡିସେମ୍ବର ମାସରେ ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସ ନେତୃତ୍ବରେ ଏକ କନସୋର୍ଟିୟମ ଏହାକୁ ୧୩ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲା । ଅଧିଗ୍ରହଣ ପରେ ଏହାର ବ୍ୟୟ ହ୍ରାସ ଓ ରାଜସ୍ବ ବୃଦ୍ଧି ପାଇଁ କମ୍ପାନିର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ପ୍ରାୟ ୪୦୦୦ କର୍ମଚାରୀ ବା ଘରୋଇ ମାନବ ସମ୍ବଳର ୬ ପ୍ରତିଶତ ଛଟେଇ କରାଯାଉଛି । ଖର୍ଚ୍ଚକାଟ କରିବାକୁ କମ୍ପାନି ଆଉ ଏକ ନିଷ୍ପତ୍ତି ନେଇଛି । ତାହା ହେଉଛି କମ୍ପାନିର ଅଫିସଗୁଡ଼ିକୁ କେନ୍ଦ୍ରୀୟ ଟୋକିଓରୁ କାଓ୍ବାସାକିକୁ ସ୍ଥାନାନ୍ତର କରାଯିବ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *