ଆଥଲେଟିକ୍ସ ଫେଡେରେଶନ କପ୍ ୨୦୨୪ ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଡିପି ମନୁଙ୍କୁ ପଛରେ ପକାଇ ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ସିନିଅର ଫେଡେରସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ ଥିଲା । ଏଥିରେ ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ।ଡିପି ମନୁ ୮୨.୦୬ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଉତ୍ତମ ୭୮.୩୯ ମିଟର ସହିତ ତୃତୀୟ ସ୍ଥାନରେ ରହିଥିଲେ।ନୀରଜ ଶେଷଥର ପାଇଁ ୧୭ ମାର୍ଚ୍ଚ ୨୦୨୧ ରେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୮୭.୮୦ ମିଟର ଫିଙ୍ଗିଥିଲେ। ଏହାପରେ ସେ ଟୋକିଓରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ୨୦୨୨ ଡାଇମଣ୍ଡ ଲିଗରେ ଚାମ୍ପିଅନ, ୨୦୨୩ରେ ବିଶ୍ୱ ଚାମ୍ପିଅନ ଏବଂ ଚାଇନାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସରେ ନିଜର ସ୍ବର୍ଣ୍ଣକୁ ବଜାୟ ରଖିଥିଲେ।