ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ।ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାହୁଲ। ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜୁନ୍ ୪ରେ ଇଣ୍ଡିମେଣ୍ଟ ସରକାର ଗଠନ ହେବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। କେନ୍ଦ୍ର ସରକାର ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ।କଂଗ୍ରେସ ସରକାରକୁ ଆସିଲେ ଜାତି ଜନଗଣନା ହେବ। ଜୁନ ୪ରେ ଦିଲ୍ଲୀରେ ଇଣ୍ଟି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବ କଂଗ୍ରେସ। ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରିବ କଂଗ୍ରେସ। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ୮୫୦୦ ଟଙ୍କା ମହିଳାଙ୍କୁ ଦିଆଯିବ। ବର୍ଷକୁ ୧ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାରା ଦେଶରେ ବନ୍ଦ ହୋଇପଡିଥିବା କାରଖାନା ସବୁ ଚାଲୁ କରାଯିବ। ୩୦ଲକ୍ଷ ସରକାରୀ ଚାକିରି ଦେବ କଂଗ୍ରେସ।