ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି। ପର୍ଶୁରାମ ଧଡ୍ଡା ବିଜେପିର ନୂଆ ପ୍ରାର୍ଥୀ।ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ତେବେ ରାଜୁ ଦାସଙ୍କୁ ନେଇ ଦଳୀୟ କନ୍ଦଳ ଦେଖାଯିବା ଶାଗ ଆଉଟ୍ ସାଇଡର୍ କହି ତାଙ୍କୁ ବିରୋଧ କରାଯାଇଥିଲା। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ପର୍ଶୁରାମ।ସୂଚନାଯୋଗ୍ୟ, ୨୦୧୪ ମସିହାରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଶ୍ରୀ ଧଡା ମଧ୍ୟ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ଶ୍ରୀ ଧଡା ଅସନ୍ତୋଷ ବ୍ୟକ୍ତି କରି ବିଜେଡି ଛାଡ଼ିଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *