କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଝାଡ଼ଖଣ୍ଡ କଂଗ୍ରେସର ଆକାଉଣ୍ଟକୁ ବନ୍ଦ କରିଦେଇଛି। ତେବେ ନକଲି ଭିଡିଓ ମାମଲାରେ ବିଜେପି ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହାପରେ ଏକ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଏହି ମାମଲାରେ ଦିଲ୍ଲୀ ପୋଲିସ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁରଙ୍କୁ ଜବାବ ତଲବ ମଧ୍ୟ କରିଛି। ତାଙ୍କୁ ସିଆର୍ପିସିର ଧାରା ୧୬୦/୯୧ ଅନୁଯାୟୀ ପଠାଯାଇଥିବା ସମନରେ ମେ’ ୨(ଆଜି) ସକାଳ ୧୦.୩୦ରେ ଦିଲ୍ଲୀ ପୋଲିସର ଯାଞ୍ଚ ଅଧିକାରୀଙ୍କ ସମକ୍ଷରେ ହାଜର ହେବାକୁ କୁହାଯାଇଥିଲା। ରାଜେଶଙ୍କୁ ନିଜର ମୋବାଇଲ, ଲାପଟପ୍, ଟାବଲେଟ୍ ନଚେତ କିଛି ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ସାଙ୍ଗରେ ଆଣିବାକୁ କୁହାଯାଇଛି, ଯାହାର ବ୍ୟବହାର ‘ଏକ୍ସ’ରେ ନକଲି ଭିଡିଓ ଶେୟାର କରିବା ମାମଲାରେ କରାଯାଇଥିଲା।